Odia Application to Collector | ଜିଲ୍ଲାପାଳଙ୍କ ନିକଟକୁ ଏକ ଦରଖାସ୍ତ

Or

ତୁମ ଅଞ୍ଚଳରେ ମରୁଡ଼ି ପ୍ରତିକାର ପାଇଁ ସ୍ଥାନୀୟ ଜିଲ୍ଲାପାଳଙ୍କ ନିକଟକୁ ଏକ ଦରଖାସ୍ତ ଲେଖ । 

ମାନନୀୟ ଶ୍ରୀଯୁକ୍ତ ପୁରୀ ଜିଲ୍ଲାର ଜିଲ୍ଲାପାଳ, ପୁରୀ 

ମହୋଦୟ …………..ସମୀପେଷୁ । 

ବିଷୟ – ବ୍ୟାପକ ଅଞ୍ଚଳରେ ମରୁଡ଼ି ପ୍ରତିକାର ବିଧାନ ।

 (ପୁରୀ ବିଧାନସଭା ସଦସ୍ୟଙ୍କ ଜରିଆରେ) 

ମହାଶୟ, 

        ଅତ୍ୟନ୍ତ ସମ୍ମାନର ସହିତ ଆମ୍ଭେ ନିମ୍ନ ସ୍ବାକ୍ଷରକାରୀ ଡେଲାଙ୍ଗ ଅଧିବାସୀଗଣ ଏହି ଅଞ୍ଚଳର ମରୁଡ଼ି ପ୍ରତିକାର ବିଧାନ ପାଇଁ ଆପଣଙ୍କ ସଦୟ ଦୃଷ୍ଟି ଆକର୍ଷଣ କରୁଛୁ । 

ପ୍ରକାଶ ଥାଉ କି ପୁରୀ ନିକଟସ୍ଥ ଡେଲାଙ୍ଗ ଗ୍ରାମର ଲୋକସଂଖ୍ୟା ଅନ୍ୟୁନ ପନ୍ଦରଶହ ଅଟେ । ଏହି ଗ୍ରାମର ଅଧିକାଂଶବ୍ୟକ୍ତି କୃଷିଜୀବୀ । ସେମାନେ କୃଷି ଉପରେ ନିର୍ଭର କରି ନିଜର ଗୁଜୁରାଣ ମେଣ୍ଟାନ୍ତି । ଉକ୍ତ ଅଞ୍ଚଳର ମାଟି ଉର୍ବର ହେତୁ ଏଠାରେ ଧାନ ଦୋଫସଲି, ଆଖୁ, ଝୋଟ, ବାଦାମ, ବିରି, ମୁଗ, କୋଳଥ, ମାଣ୍ଡିଆ, ସହିତ ବିଭିନ୍ନ ପନିପରିବା ଚାଷ କରାଯାଏ । ଏଠାରେ କେନାଲ ଯୋଗେ ଲୋକମାନଙ୍କୁ ଜଳ ଯୋଗାଇ ଦିଆଯାଇଥାଏ । ଚାଷୀମାନେ ଜଳକର ଦେଲେ ହେଁ ଜମିକୁ ଉତ୍ପାଦନକ୍ଷମ କରାଇ ଥାଆନ୍ତି । 

ଏଣୁ ଏ ଅଞ୍ଚଳରେ ପନିପରିବାର ମଧ୍ୟ ଅଭାବ ନଥାଏ । ତଥାପି ଏଠାର ଅଧିକାଂଶ ଚାଷୀ ମଧ୍ୟ ବୃଷ୍ଟିଜଳ ଉପରେ ନିର୍ଭର କରି ଚାଷ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥାନ୍ତି । ଚଳିତବର୍ଷ ନିୟମିତ ବର୍ଷା ନହେବା ଫଳରେ ଜମିରେ ମରୁଡ଼ି ଜନିତ ସମସ୍ୟା ଦେଖାଦେଇଛି । ବହୁଶ୍ରମ ବିନିଯୋଗ କରି ଚାଷୀକୂଳ ଫସଲ ଉତ୍ପାଦନ କରିଥିଲେ ହେଁ ସେଗୁଡ଼ିକ ଖରାର ପ୍ରାଦୁର୍ଭାବ ଓ ଜଳକ୍ଲିଷ୍ଟତା ଯୋଗୁଁ ନଷ୍ଟହୋଇ ମରୁଡ଼ି ଦେଖାଦେଇଛି । ଏଣୁ ଚାଷୀମାନେ ହତାଶ ହୋଇ ମୁଣ୍ଡରେ ହାତଦେଇ ବସିଛନ୍ତି । 

         ଏପରିପ୍ରେକ୍ଷୀରେ ଆମ୍ଭେ ଗ୍ରାମବାସୀ ବିନମ୍ର ଅନୁରୋଧ କରୁକି ଆପଣ ଆମ ଅଞ୍ଚଳର ମରୁଡ଼ିଗ୍ରସ୍ତ ଜମିକୁ ଅନୁଧ୍ୟାନ କରି ସେଗୁଡ଼ିକର ଉନ୍ନତି କଳ୍ପେ ଜଳକ୍ଳିଷ୍ଟ ଦୂରୀକରଣ ନିମନ୍ତେ ଉଠାଜଳସେଚନର ବ୍ୟବସ୍ଥାସହ ଚାଷୀମାନଙ୍କୁ କିଛି ଆର୍ଥିକ ସାହାଯ୍ୟ ପ୍ରଦାନ କଲେ ଆମ୍ଭେମାନେ ଚିରୋପକୃତ ହେବ । ଏଥିପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କ ବିହିତ ପଦକ୍ଷେପ ନିତାନ୍ତ ଆବଶ୍ୟକ । 

ଟେଳାଙ୍ଗ
ତା : ୨୯.୧୦.0୫

॥ ଇତି ॥
ଆପଣଙ୍କର ବିଶ୍ବସ୍ତ ଡେଲାଙ୍ଗ ଗ୍ରାମାବାସୀବୃନ୍ଦ
ନିଜେନା
ଅକ୍ରୂର ପ୍ରଧାନ
ଦାମୋଦର ବେହେରା
ସନାତନ ମଲ୍ଲିକ
ସୁବଳ ଭୋଇ ଓଗେର

Leave a Comment