Odia Letter Writing Format | ବନ୍ଧୁଙ୍କ ନିକଟକୁ ପତ୍ର

Odia Letter Writing Format | ବନ୍ଧୁଙ୍କ ନିକଟକୁ ପତ୍ର for High School ( Class 7,8,9,10 )And How to Write a Letter in Odia | Odia Letter Writing Format | ବନ୍ଧୁଙ୍କ ନିକଟକୁ ପତ୍ର for High School ( Class 7,8,9,10 )And College Students

Note : View with Desktop Mode to See Actual Format

ତୁମ ବିଦ୍ୟାଳୟରେ ପୁରସ୍କାର ବିତରଣୀ ଉତ୍ସବ କିପରି ପାଳିତ ହେଲା। ସେ ବିଷୟରେ ତୁମର ବନ୍ଧୁକ ନିକଟକୁ ପତ୍ର ଲେଖ ।

ଅଳତଳଙ୍ଗ
ତା ୧୦.୯.୦୫ ରିଖ

ପ୍ରିୟ ମନୋରଞ୍ଜନ,

ମୋର ଶୁଭେଚ୍ଛା ନେବୁ । ମଉସା ଓ ମାଉସୀଙ୍କୁ ମୋର ନମସ୍କାର ଜଣାଇ ଦେବୁ । ବଡ଼ଭାଇ ଓ ଭାଉଜଙ୍କୁ ନମସ୍କାର ଦେବା ସଙ୍ଗେ ସଙ୍ଗେ ସାନଭାଇ ଓ ଭଉଣୀଙ୍କୁ ମୋର ସ୍ନେହ ଦେବୁ । ଗତକାଲି ତୋର ପତ୍ର ଖଣ୍ଡିକ ପାଇଁ ଖୁସିହେଲି । ତୁମ ବିଦ୍ୟାଳୟରେ ପୁରସ୍କାର ବିତରଣୀ ଉତ୍ସବର ସାଫଲ୍ୟ ଓ ତୋର ବହୁ ପୁରସ୍କାର ପ୍ରାପ୍ତି ସମ୍ବାଦ ମୋତେ ଅଧୁକ ଆନନ୍ଦିତ କରିଥିଲା । ସେହିପରି ଚଳିତବର୍ଷ ଆମ ବିଦ୍ୟାଳୟରେ ପାଳିତ ହୋଇଥିବା ପୁରସ୍କାର ବିତରଣୀ ଉତ୍ସବରେ ମୋର ଅନୁଭୂତି ନିମ୍ନରେ ଲେଖୁ ଜଣାଇଲି ।

ଚଳିତ ଶିକ୍ଷାବର୍ଷର ବାର୍ଷିକ ପୁରସ୍କାର ବିତରଣୀ ଉତ୍ସବ ଗ୍ରୀଷ୍ମଛୁଟିର ଠିକ୍ ଦୁଇଦିନ ପୂର୍ବରୁ ମହାସମାରୋହରେ ପାଳନ କରାଯାଇଥିଲା । ଉକ୍ତଦିନ ବିଦ୍ୟାଳୟର ପ୍ରାଙ୍ଗଣଟି ରଙ୍ଗ ବେରଙ୍ଗର ଆଲୋକମାଳା ଓ ବିଭିନ୍ନ ରଙ୍ଗିନ୍ କାଗଜରେ ତୋରଣମାନ ତିଆରି କରାଯାଇ ସଜ୍ଜିତ ହୋଇଥିଲା । ଚଳିତ ବର୍ଷ ବିଦ୍ୟାଳୟ ପ୍ରତିଷ୍ଠାର ପଚିଶବର୍ଷ ପୂରିଯାଇଥିବାରୁ ସିଲଭର ଜୁବୁଲି ଉତ୍ସବ ଗତାନୁଗତିକ ରୀତିରେ ପାଳନ କରାଯାଇଥିଲା । ଏହି ଉତ୍ସବଟିକୁ ସାଫଲ୍ୟମଣ୍ଡିତ କରିବାକୁ ପୂର୍ବରୁ ଆମ ବିଧାନସଭା ସଦସ୍ୟ କିଛି ଆର୍ଥିକ ସାହାଯ୍ୟ କରିଥିଲେ । ଏହି ଉତ୍ସବ ଅବସରରେ ଏକ ସ୍ମରଣିକା ପ୍ରକାଶ ପାଇଥିଲା । ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଓ ବୌଦ୍ଧିକ ପ୍ରତିଯୋଗିତାରେ ସାଫଲ୍ୟମଣ୍ଡିତ କରିଥିବା ଛାତ୍ର। ଛାତ୍ରୀମାନଙ୍କୁ ବିଭିନ୍ନ ପୁରସ୍କାର ପ୍ରଦାନ ମଧ୍ୟ କରାଯାଇଥିଲା । ଏଥିସହିତ ମନୋରଞ୍ଜନ କାର୍ଯ୍ୟକ୍ରମରେ ଭାଗ ନେଇଥିବା କୃତୀ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ କେତେକ ପୁରସ୍କାର ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ଥିଲା । ମୁଁ ମଧ୍ୟ କ୍ରୀଡ଼ା ପ୍ରତିଯୋଗିତା ତଥା ବୌଦ୍ଧିକ ପ୍ରତିଯୋଗିତାର ଭାଗନେଇ ପାଞ୍ଚଗୋଟି ବିଭାଗରେ ପୁରସ୍କାର ପାଇବା ପାଇଁ ହକ୍‌ଦାର ହୋଇଥିଲି । ଉତ୍ସବ ଦୁଇଦିନ ବ୍ୟାପୀ ମହାସମାରୋହରେ ବିଦ୍ୟାଳୟରେ ପାଳନ କରାଯାଇଥିଲା । ପ୍ରସ୍ତାବିତ ଦିନଗୁଡ଼ିକରେ ଅପରାହ୍ନ ୫ ଘଣ୍ଟା ସମୟରେ ଉତ୍ସବ ଅନୁଷ୍ଠିତ ହୋଇ ଶେଷରେ ମନୋରଞ୍ଜନ କାର୍ଯ୍ୟକ୍ରମ ରାତ୍ର ୧୦ ଘଣ୍ଟା ପର୍ଯ୍ୟନ୍ତ ଚାଲିଲା । ଶେଷ ଦିବସରେ ପୁରସ୍କାର ବିତରଣ କରାଯାଇଥିଲା ।

ଏହି ସିଲଭର ଜୁବଲି ଉତ୍ସବରେ ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଅଧ୍ୟକ୍ଷତା କରିଥିଲେ । ଏଥିରେ ପ୍ରଧାନଅତିଥି ଭାବେ ଶ୍ରୀଯୁକ୍ତ ନଗେନ୍ଦ୍ର ପ୍ରଧାନ, ଗଣଶିକ୍ଷାମନ୍ତ୍ରୀ, ସମ୍ମାନିତ ଅତିଥିଭାବେ ଦେଶସେବକ ଭକ୍ତଚରଣ ଦାସ, ମୁଖ୍ୟବକ୍ତାଭାବେ ଅଧ୍ୟାପକ ଗଜାନନ ମିଶ୍ର ପ୍ରମୁଖ ଯୋଗଦେଇ ଉତ୍ସବଟିକୁ ସାଫଲ୍ୟମଣ୍ଡିତ କରିଥିଲେ । ବିଦ୍ୟାଳୟର ଛାତ୍ର-ଛାତ୍ରୀମାନଙ୍କଦ୍ୱାରା ଆୟୋଜିତ ଶହୀଦ୍ ବାଜିରାଉତ୍ ନାଟକ ମଞ୍ଚସ୍ଥ କରାଯାଇଥିଲା । ଏଥିସହିତ ଛାତ୍ରଛାତ୍ରୀମାନେ ବିଭିନ୍ନ ନୃତ୍ୟ ପରିବେଷଣ କରିବା ସଙ୍ଗେ ସଙ୍ଗେ ସମବେତ କଣ୍ଠ ସଙ୍ଗୀତର ମଧ୍ୟ ଆୟୋଜନ କରାଯାଇଥିଲା । ଆମ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଅଭିମନ୍ୟ ବରାଳ ବାର୍ଷିକ ବିବରଣୀ ପାଠ କରିବା ସଙ୍ଗେ ସଙ୍ଗେ ଖେଳ ଶିକ୍ଷକ ଶ୍ରୀ ରାଧାମୋହନ ବେହେରା ସାଂସ୍କୃତିକ କାର୍ଯ୍ୟକ୍ରମ

ପରିଚାଳନାର ଦାୟିତ୍ବ ବହନ କରିଥିଲେ । ସ୍ଥାନୀୟ ବିଧାନସଭା ସଦସ୍ୟ ଶ୍ରୀଯୁକ୍ତ ମହେଶ୍ୱର ମହାନ୍ତି ଅଭ୍ୟର୍ଥନା ସମିତିର ଅଧ୍ୟକ୍ଷ ରୂପେ ମନୋନୀତ ହୋଇ ଉକ୍ତ ଉତ୍ସବକୁ ସାଫଲ୍ୟମଣ୍ଡିତ କରାଇବା ନିମନ୍ତେ ଅଧିକ ଶ୍ରମଦାନ କରିଥିଲେ । ସେ ମଧ୍ୟ ଦୁଇଦିନ ଧରି ଅତିଥିଭାବେ ଯୋଗଦାନ କରିଥିଲେ । ତାଙ୍କର ସାହାଯ୍ୟ ଓ ସହାନୁଭୂତିକୁ ଭୁଲିବାର ନୁହେଁ । ତାଙ୍କରି ପରାମର୍ଶ କ୍ରମେ ଅତିଥି ନିର୍ବାଚନ, ପୁରସ୍କାର ପ୍ରଦାନ, ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ମୁଁ ଦୁଇଦିନ ଧରି ବିଦ୍ୟାଳୟରେ ଉପସ୍ଥିତ ରହି ଉତ୍ସବକୁ ଉପଭୋଗ କରିବାର ସୁଯୋଗ ଲାଭ କରିଥିଲି । ଆସନ୍ତା ଗ୍ରୀଷ୍ମଛୁଟିରେ ଆମ ଘରଆଡ଼େ ବୁଲି ଆସିବାକୁ ନିମନ୍ତ୍ରଣ କଲି । ଚିଠି ପାଇ ଚିଠି ଦେବୁ । ଚିଠି ଅପେକ୍ଷାରେ ରହିଲି ।

|| ଇତି ||
ତୁମର ପ୍ରିୟ ସାଥୀ ହିମାଂଶୁ

ଠିକଣା

ପ୍ରେରକ :ପ୍ରାପକ:
ଶ୍ରୀ ହିମାଂଶୁ ଶେଖର ମହାପାତ୍ର
ଗ୍ରାମ – ଅଳତଳଙ୍ଗ –
ପୋ – କସର୍ଦା
ପିନ୍ – ୭୫୨୦୦୪ ଜି – କଟକ
ଶ୍ରୀ ମନୋରଞ୍ଜନ ସାହୁ
ମାଫିତ – ଶ୍ରୀ ଅଧିକାରୀ ସାହୁ
ଗ୍ରାମ – କୁରୁଜଙ୍ଗ
ପୋ – ଅତାବରି
ଜି – ବାଲେଶ୍ଵର
ପିନ୍ – ୭୫୩୦୧୬, ଓଡ଼ିଶା

Leave a Comment

Your email address will not be published.