ଗ୍ରୀଷ୍ମ ଋତୁ
ଉପକ୍ରମ :
ବୈଚିଦ୍ର୍ୟମୟ ବିଶ୍ବରେ ସକଳ ପ୍ରାକୃତିକ ନିୟମ ପରିବର୍ତ୍ତନଶୀଳ । ପାର୍ଥିବ ଜଗତରେ ଋତୁଚକ୍ର ମଧ୍ୟ ଏଥିରୁ ବାଦ ପଡ଼େ ନାହିଁ । ଏଣୁ ପୃଥିବୀବାସୀ ଏହି ଧରାଧାମରେ ବର୍ଷକ ବାରମାସ ଓ ଛଅଋତୁକୁ ଉପଭୋଗ କରିଥାନ୍ତି । ଗୋଟିଏ ପରେ ଗୋଟିଏ ରତ୍ନ ଧରାବକ୍ଷରେ ପଦାର୍ପଣ କରି ନିଜର ଖେଳାଲୀଳା ପୂର୍ବକ ବିଶ୍ବରୁ ବିଦାୟ ନେଇଥାନ୍ତି । ବୈଶାଖ ଓ ଜ୍ୟେଷ୍ଠମାସ ଦୁଇଟିରେ ଗ୍ରୀଷ୍ମଋତୁ ତା’ର ତାଣ୍ଡବଲୀଳା କରି ଧରାଧାମରୁ ବିଦାୟ ନିଅନ୍ତି । ମର୍ତ୍ତ୍ୟବାସୀଙ୍କ ପାଇଁ ଏହି ନିଦାଘକାଳ ମନେହୁଏ ଏକ ମହାପରୀକ୍ଷାର କାଳ ।
ବସନ୍ତର କାନ୍ତକମନୀୟ ଶୋଭାଶ୍ରୀକୁ ଅପହୃତ୍ କରି ଧରଣୀ ପୃଷ୍ଠରେ ପଦାର୍ପଣ କରେ ରୁକ୍ଷ ନିଦାଘର ଗ୍ରୀଷ୍ମଋତୁ । ଗ୍ରୀଷ୍ମଋତୁର ସନ୍ତାପ ସହ୍ୟ କରି ନ ପାରି ବାସନ୍ତୀକାଳୀନ ଉଷା ଗ୍ରୀଷ୍ମର ଆଗମନସହ ଏହି ଧରାଧାମରୁ ବିଦାୟ ନେଇଥାଏ । ବୈଶାଖ ଓ ଜ୍ୟେଷ୍ଠର ରୌଦ୍ରତାପ ଜନମାନସରେ ପ୍ରଚଣ୍ଡ କ୍ଲାନ୍ତର ପ୍ରବାହ ଖେଳାଏ । ବୈଶାଖର ଆଗମନରେ କୋକିଳର କୁହୁତାନ ଧରାବକ୍ଷରୁ ଉଭେଇଯାଇ ଝିଙ୍କାରୀର ହିଁ ଓଁ ଶବ୍ଦରେ ସ୍ନାନ ପଡ଼ିଯାଏ । ଗ୍ରୀଷ୍ମର ଧୂସର ପରିବେଶ ଓ ପ୍ରଚଣ୍ଡ ରୌଦ୍ରତାପ ମନୁଷ୍ୟ ମନରେ ତୋଳେ ଶୂନ୍ୟତା ଓ ଗଭୀର ଅତୃପ୍ତିର ହା, ହୁତାଶମୟ କ୍ଲାନ୍ତି । ମନୁଷ୍ୟ ଜୀବନ ବ୍ୟସ୍ତ ବିବ୍ରତ ହୋଇପଡ଼େ ।
ଗ୍ରୀଷ୍ମ ଋତୁରପ୍ରକୃତି :
ମନୁଷ୍ୟ ସମାଜରେ ବୈଶାଖ ଓ ଜ୍ୟେଷ୍ଠର ପ୍ରଚଣ୍ଡ ରୌଦ୍ରତାପ ଅନୁଭୂତ ହୁଏ । ମଧ୍ୟାହ୍ନ ସମୟରେ ଝାଞ୍ଜି ପବନର ପ୍ରଖରତାକୁ ଲୋକମାନେ ଅନୁଭବ କରନ୍ତି । ବସନ୍ତର ଶୀତଳସ୍ପର୍ଶ ଓ ମୃଦୁ ହିଲ୍ଲୋଳ ମନୁଷ୍ୟ ଖୋଜିଲେ ପାଏ ନାହିଁ । ସୂର୍ଯ୍ୟଙ୍କ ପ୍ରଖର କିରଣ ମେଦିନୀକୁ ଉତ୍ତପ୍ତ କରେ । ଲୋକମାନେ ଅଂଶୁଘାତ ରୋଗର ଶିକାର ହୁଅନ୍ତି । ମଧ୍ୟାହ୍ନ ସୂର୍ଯ୍ୟଙ୍କ ତେଜୋଦ୍ଦୀପ୍ତ କିରଣ ମନୁଷ୍ୟର ଯାତାୟତରେ ବାଧା ସୃଷ୍ଟି କରିଥାଏ । ଏପରିକି ସୂର୍ଯ୍ୟ ଅସ୍ତଗାମୀ ହେଲେ ପୃଥିବୀରେ ଶୀତଳତା ଅନୁଭୂତ ହୁଏ । ଅପରାହ୍ନର ମୃଦୁ ମଳୟ ଲୋକଙ୍କ ମନରେ ଆଶ୍ଵାସନା ଆଣିଥାଏ । ସୂର୍ଯ୍ୟଙ୍କର ଉତ୍ତପ୍ତ କିରଣ ଜ୍ଵାଳାରେ ପ୍ରାଣୀଳଗତ ଉଭିଦଜଗତ ହାହାକାର କରନ୍ତି । ନଦୀ, ପୁଷ୍କରିଣୀ, କୂପ ଓ ଝରଣା ଆଦି ଜଳଶୂନ୍ୟ ହୋଇଯାଏ । ଜଳଚର ପ୍ରାଣୀ ପାଣି ବିନା ଅତିଷ୍ଠ ହୁଅନ୍ତି ।
ବନ ମଧ୍ୟରେ ବନାଗ୍ନି ଜଳିଉଠେ । ସବୁଜିମା ମଣ୍ଡିତ ଘଞ୍ଚ ବନାନୀ ପ୍ରଚଣ୍ଡ ଗ୍ରୀଷ୍ମର ତାଡ଼ନାରେ ଅସହ୍ୟବୋଧ କରି କିଛି ସମୟ ଭିତରେ ଭସ୍ମୀଭୂତ ହୋଇଯାଆନ୍ତି । ପ୍ରତାପୀ ଗ୍ରୀଷ୍ମର ତାଡ଼ନାରେ ସବୁଜିମାର ସକଳଶ୍ରୀ ଭୂଲୁଣ୍ଠିତ ହୋଇଥାଏ । ଗ୍ରୀଷ୍ମଋତୁରେ ଚତୁର୍ଦ୍ଦିଗ ଧୂଳି ଉଡ଼ି ଆକାଶକୁ ଧୂମାଭ୍ର କରିଦିଏ । ଏପରିକି ଦାବ-ଦହନରେ ପ୍ରାଣୀର ଚିତ୍ତ ଚଞ୍ଚଳ ହୁଏ । ଗ୍ରୀଷ୍ମକାଳରେ ଦିବାଭାଗର ସମୟ ରାତ୍ରିଭାଗଠାରୁ ଅଧିକ ଅନୁଭୂତ ହୋଇଥାଏ । ଏହି ସମୟରେ ଦିନ ବଡ଼ ଓ ରାତ୍ରି ସାନ ହୋଇଥାଏ । ମଧ୍ୟାହ୍ନ ଓ ଅପରାହ୍ନରେ ଘୂର୍ଣ୍ଣିପ୍ରବାହ ପ୍ରବାହିତ ହୋଇଥାଏ । ମଝିରେ ମଝିରେ ଖଣ୍ଡିଆଭୂତ ଚକାଭଉଁରୀ ଖେଳେ । ଗ୍ରୀଷ୍ମ ପ୍ରବାହରେ ପଥଚାରୀ ମନରେ ଦିବା ସମୟରେ ଦୂରରେ ମରୀଚିକା ସୃଷ୍ଟି କରେ । ପଥକ୍ଲାନ୍ତ ପଥକ ନିଜର କ୍ଲାନ୍ତି ମେଣ୍ଟାଇବା ନିମନ୍ତେ ରାସ୍ତାରେ ଯିବା ସମୟରେ ଗ୍ରୀଷ୍ମ ପ୍ରବାହରୁ ନିଜକୁ ରକ୍ଷା କରିବା ନିମନ୍ତେ ତରୁଛାୟାତଳେ ବିଶ୍ରାମ ନିଅନ୍ତି ।
ନିଦାଘ ଗ୍ରୀଷ୍ମର ସଂହାରଲୀଳା :
ପ୍ରଚଣ୍ଡ ସୂର୍ଯ୍ୟରଶ୍ମି ଆଘାତରେ ମନୁଷ୍ୟ ଅତ୍ୟଧ୍ଵ ଗରମ ଅନୁଭବ କରନ୍ତି । ଲୋକମାନଙ୍କ ପକ୍ଷରେ ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ଯାତାୟତ କରିବା କଷ୍ଟସାଧ୍ୟ ହୋଇଥାଏ । ପଥପ୍ରାନ୍ତରେ ପଥକ ବଟବୃକ୍ଷ ବା ବିଶାଳ ଦ୍ରୁମ ତଳେ ବିଶ୍ରାମ ନେଇ ନିଜର ଗନ୍ତବ୍ୟ ସ୍ଥାନକୁ ଯାତାୟତ କରନ୍ତି । ପ୍ରଚଣ୍ଡ ରୌଦ୍ରତାପରେ ଶ୍ରମିକ କର୍ମ- ପ୍ରବଣ ହୋଇପାରେ ନାହିଁ । କୃଷକ ଥକ୍କା ମାରି ତରୁଛାୟାତଳେ ବିଶ୍ରାମ ନେଇଥାଏ । ଗ୍ରୀଷ୍ମଋତୁରେ ଅଦିନିଆ ଝଡ଼ ବର୍ଷା ଧରାରେ ପ୍ରଳୟ ସୃଷ୍ଟି କରିଥାଏ । ସମୟେ ସମୟେ ପ୍ରଚଣ୍ଡ ବେଗରେ ପବନ ବୋହିବା ସହିତ ଅଦିନିଆ ବର୍ଷାରେ କୁଆପଥର ପଡ଼ୁଥିବାର ଲୋକେ ଅନୁଭବ କରନ୍ତି ।
ବେଳେବେଳେ ପ୍ରଚଣ୍ଡ ରୌଦ୍ରତାପରେ ମନୁଷ୍ୟ ଅଂଶୁଘାତର ଶିକାର ହୋଇଥାନ୍ତି । ଏଣୁ ଗ୍ରୀଷ୍ମ ସମୟରେ ମୁଣ୍ଡରେ ଓଦାଗାମୁଛା, ଆଖିରେ କଳାଚଷମା ଓ ଛତା ବ୍ୟବହାର କରି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତାୟତ କରିବା ଉଚିତ । ଶେଷକୁ ନିବାରଣ କରିବା ନିମିତ୍ତ ତୋରାଣୀ, ଅଧ୍ଵକ ଜଳପାନ, ଦହି, ଚିନିମିଶା ଲେମ୍ବୁପାଣିର ସରବତ ପିଇବା ଉଚିତ । ଗ୍ରୀଷ୍ମକାଳରେ ଅଧିକାଂଶ ସ୍ଥାନରେ ଜଳାଭାବ ପରିଦୃଷ୍ଟ ହୋଇଥାଏ । ପ୍ରାଣୀଜଗତ, ଉଭିଦଜଗତ ପାଣିଦିନା ହାହାକାର ହୋଇଥାନ୍ତି । ଜଳାଭାବରୁ ଜଳଚର ପ୍ରାଣୀମାନେ ମୃତ୍ୟୁମୁଖରେ ପତିତ ହୋଇଥାନ୍ତି । ଗ୍ରୀଷ୍ମର ଉତ୍ତପ୍ତ ପରିବେଶ ସାଙ୍ଗକୁ ଜଳାଭାବ ଓ ଠିକ୍ ସମୟରେ ଆକସ୍ମିକ ଅଗ୍ନିକାଣ୍ଡ ମନୁଷ୍ୟ ଜୀବନରେ ଚରମ ଦୁର୍ଦ୍ଦଶା ଆଣିଥାଏ । ଖରାଦିନରେ ଗାଁ ଗହଳିରେ ନିଆଁ ଲାଗିଲେ ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ଅଗ୍ନିକାଣ୍ଡ ଗୋଟିଏ ମୁହୂର୍ତ୍ତରେ
ଜଳିପୋଡ଼ି ଭସ୍ମୀଭୂତ କରିଦିଏ । ଦ୍ବିପ୍ରହର ସମୟରେ ରାସ୍ତାଘାଟ ନିର୍ଜନ ହୋଇଯାଏ । ବିଳାସୀ ତଥା ଧନିକ ଶ୍ରେଣୀର ବ୍ୟକ୍ତିବିଶେଷ ସନ୍ଧ୍ୟା ସମୟରେ ସୁଶୀତଳ ଜଳରେ ସ୍ନାନ କରି ଚନ୍ଦନ, କର୍ପୂର ଲେପନ ପୂର୍ବକ ବିଦ୍ୟୁତ୍ ପଙ୍ଖା ସାହାଯ୍ୟରେ ସେବିତ ହୋଇ ଆତ୍ମତୃପ୍ତି ଲାଭ କରିଥାନ୍ତି । କିନ୍ତୁ ଦରିଦ୍ର ଲୋକମାନଙ୍କ ପାଇଁ ଗ୍ରୀଷ୍ମକାଳର ମଧ୍ୟାହ୍ନ ଓ ସନ୍ଧ୍ୟା ସମୟରେ କିଛି ତାରତମ୍ୟ ଲକ୍ଷ୍ୟ କରାଯାଇ ନଥାଏ । ଗ୍ରୀଷ୍ମଦାଉରୁ ନିଜକୁ ରକ୍ଷା କରିବା ନିମନ୍ତେ ତରୁଛାୟାତଳେ ବିଶ୍ରାମ ନେବା ସଙ୍ଗେ ସଙ୍ଗେ ତାଳପତ୍ରର ବିଞ୍ଚଣା ଧରି ବିଷ୍ଣୁ ହୋଇଥାନ୍ତି । ତା’ ଫଳରେ ସନ୍ଧ୍ୟା ସମୟରେ ସେମାନେ ଆତ୍ମତୃପ୍ତି ଲାଭ କରିବା ସଙ୍ଗେ ସଙ୍ଗେ ଧରଣୀର ଉତ୍ତପ୍ତ ପରିବେଶ ମଧ୍ୟ ଶୀତଳତା ଅନୁଭବ କରିଥାଏ । କ୍ଲାନ୍ତ ପଲ୍ଲୀବାସୀ ଦିବସର ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା ପାଇ ସନ୍ଧ୍ୟା ସମୟରେ ନିଜ ବାରଣ୍ଡାରେ ତାଳପତ୍ର ଚଟେଇ ପ୍ରକାର ବିଶ୍ରାମ ନିଅନ୍ତି । ରାତ୍ରିର ଥଣ୍ଡା ପଦନ ସ୍ପର୍ଶରେ ସେ ଗାଢ଼ ନିଦ୍ରାରେ ଶୋଇଯାଏ । ତାପକ୍ଳିଷ୍ଟ ଗ୍ରୀଷ୍ମକାଳରେ ମନୁଷ୍ୟ ମନରେ ଅନେକ ପ୍ରଭାବ ପଡ଼ିଥାଏ । ଧନୀ ଲୋକଟିଏ ବିଳାସ ଦେଖ୍ ସେ ନିଜକୁ ଅସୁଖୀ ମଣେ । ପୁନଶ୍ଚ ଗ୍ରୀଷ୍ମଦାଉରୁ ନିଜକୁ ରକ୍ଷା କରିବା ପାଇଁ ସେ ନାନାପ୍ରକାର ଶିତଳ ଉପଚାର ଓ ଉପାୟ ମଧ୍ୟ ଅବଲମ୍ବନ କରିଥାଏ ।
ତାଳପତ୍ର ବିଞ୍ଚଣାରେ ପାଣି ଛିଞ୍ଚୋଇ ବିଞ୍ଝାହେବା, ଦେହର ଉଷ୍ମତାକୁ ଉପଶମ କରିବା ନିମନ୍ତେ ଶରୀରରେ ଶୀତଳ ଜଳ ସେଚନ ପୂର୍ବକ ଚନ୍ଦନ ଓ କର୍ପୂର ଆଦି ଥଣ୍ଡା ଉପଚାରମାନ ପ୍ରୟୋଗ କରିବା, ମୁଣ୍ଡରେ ଓଦାଗାମୁଛା ପକାଇବା, ପାନୀୟ ସେବନ କରିବା ଇତ୍ୟାଦି ଉପଚାରମାନ ଗ୍ରହଣ କରିଥାନ୍ତି । ଫଳରେ ଶରୀରରେ ଥଣ୍ଡା ଅନୁଭବ କରି ଆତ୍ମତୃପ୍ତି ଲାଭ କରିଥାନ୍ତି । ରାତ୍ରିର ବିଳମ୍ବିତ ପ୍ରହର ପର୍ଯ୍ୟନ୍ତ ଲୋକମାନେ ଗ୍ରୀଷ୍ମଋତୁରେ ଚଳପ୍ରଚଳ ହୋଇଥାନ୍ତି । ପଣା ଆଦି ପାନୀୟ ପ୍ରତି ଲୋକମାନଙ୍କର ଆସକ୍ତି ବୃଦ୍ଧି ପାଇଥାଏ । ଏପରିକି ଘଞ୍ଚ ବନାନୀରେ ବନ୍ୟ ପ୍ରାଣୀମାନେ ନିଦାଘ ଗ୍ରୀଷ୍ମରୁ ରକ୍ଷା ପାଇବା ନିମନ୍ତେ ସୁଶୀତଳ ଛାୟାତଳେ ବିଶ୍ରାମ ନେଇଥାନ୍ତି । ଗ୍ରୀଷ୍ମଋତୁରେ ମଲ୍ଲୀ, ଚମ୍ପା, ଜୁଇ ଫୁଲର ବାସ୍ନା ବନଭୂମିକୁ ମୁଖରିତ କରିଥାଏ ।
ଆମ୍ବଗଛରେ ବଉଳ ଶୋଭାବର୍ଦ୍ଧନ କରିଥାଏ । ଏହିସବୁ ଫୁଲଗୁଡ଼ିକ ବନଭୂଇଁରେ ବାସଚହଟାଇ ଗ୍ରୀଷ୍ମର ରୌଦ୍ରତାପକୁ କିଛି ପରିମାଣରେ ପ୍ରଶମିତ କରିଥାନ୍ତି । ସେହି ସମୟରେ ଆମ୍ବ, ପଣସ, ଖଜୁରୀ କୋଳି ପାଚି ମାନବ ସମାଜକୁ ଏକ ରସାଳ ଉପହାରମାନ ପ୍ରଦାନ କରିଥାନ୍ତି । ଓଡ଼ିଶାର ଚାଷୀକୁଳ ନିଜର ବାଡ଼ି ବଗିଚାରେ ପୋଇ, କଖାରୁ, କାକୁଡ଼ି, ବାଇଗଣ, ଜହ୍ନି, ଭେଣ୍ଡି ଆଦି ଲଗାଇ ପ୍ରଚୁର ପରିମାଣରେ ପନିପରିବା ଉତ୍ପାଦନ କରିଥାନ୍ତି । ସେମାନେ ପାଣିଦେଇ ବହୁ କଷ୍ଟରେ ବାଡ଼ି ବଗିଚାରେ ଫଳମୂଳ, ପନିପରିବା ଓ ଫୁଲଚାଷ କରି ନିଜର ଆତ୍ମତୃପ୍ତି ଲାଭ କରିଥାନ୍ତି ।
ଗ୍ରୀଷ୍ମ ଋତୁର ପର୍ବପର୍ବାଣି :
ଗ୍ରୀଷ୍ମକାଳରେ ପଣାସଂକ୍ରାନ୍ତି, ରଜପର୍ବ, ଚନ୍ଦନ ଯାତ୍ରା, ଶୀତଳଷଷ୍ଠୀ ଯାତ୍ରା, ସାବିତ୍ରୀ ଅମାବାସ୍ୟା ଆଦି ପର୍ବପର୍ବାଣି ପଡ଼ିଥାଏ । ଓଡ଼ିଶାବାସୀ ଶ୍ରଦ୍ଧା ସହକାରେ ଏହି ପର୍ବପର୍ବାଣି ଓ ଯାନିଯାତ୍ରାକୁ ପାଳନ କରିଥାନ୍ତି । ବିଭିନ୍ନ ଶକ୍ତିପୀଠରେ ଝାମୁଯାତ୍ରା ଭକ୍ତମାନଙ୍କୁ ଆକୃଷ୍ଟ କରିଥାଏ । ନିଦାଘର ଉତ୍ତପ୍ତ ପରିବେଶରୁ ସାମୟିକ ମୁକ୍ତି ପାଇବା ନିମିତ୍ତ ଉତ୍କଳୀୟମାନଙ୍କର ଏ ପ୍ରକାର ପର୍ବ ପାଳନର ଯେ ଏକ ନିର୍ଦ୍ଦିଷ୍ଟ ମହତ୍ତ୍ଵ ରହିଛି, ଏକଥାକୁ ଅସ୍ୱୀକାର କରିହୁଏ ନାହିଁ । ଏହି ସମୟରେ ଶ୍ରୀଜୀଉଙ୍କର ଚନ୍ଦନଯାତ୍ରା ଜନସମାଜକୁ
ବେଶ ପ୍ରଭାବିତ କରିଥାଏ । ନିଦାଘ ଗ୍ରୀଷ୍ମରୁ ରକ୍ଷା ପାଇବା ନିମନ୍ତେ ଠାକୁରମାନଙ୍କୁ ଜଳକୁଣ୍ଡରେ ପକାଯାଇ ସେମାନଙ୍କ ନିମିତ୍ତ ଶୀତଳ ଉପଚାରମାନ ବ୍ୟବହାର କରାଯାଇଥାଏ । ଦେବତାମାନଙ୍କୁ ଗ୍ରୀଷ୍ମ ଦାଉରୁ ରକ୍ଷା କରିବା ନିମନ୍ତେ ତାଙ୍କ ଶରୀରରେ ଚନ୍ଦନ ଓ କର୍ପୂର ଲେପନ କରାଯାଇଥାଏ । ସେମାନେ ମଧ୍ୟ ପୁଷ୍କରିଣୀରେ ଜଳକ୍ରୀଡ଼ା କରନ୍ତି । ଠାକୁରମାନଙ୍କୁ ସୁବାସିତ ପୁଷ୍ପରେ ସଜ୍ଜିତ କରାଇବା ସଙ୍ଗେ ସଙ୍ଗେ ନାନା ସୁମିଷ୍ଟ ଫଳ ନୈବେଦ୍ୟ ଆକାରରେ ଅର୍ପଣ କରାଯାଇଥାଏ । ଗ୍ରୀଷ୍ମ ସମୟରେ ଅନୁଷ୍ଠିତ ବିଭିନ୍ନ ପର୍ବପର୍ବାଣିରେ ଗାଁ ଗହଳିମାନଙ୍କରେ ବିଭିନ୍ନ ପିଠାପଣାର ଆୟୋଜନ କରାଯାଇଥାଏ । ଏହି ସମୟରେ ଲୋକମାନଙ୍କର ଖାଦ୍ୟ ହଜମ ନ ହେବାରେ ଝାଡ଼ା, ବାନ୍ତି, ରୋଗ ଦେଖାଦେଇଥାଏ ।
ବିଶେଷ ଭାବେ ଗ୍ରୀଷ୍ମଋତୁରେ ଅନୁଷ୍ଠିତ ରଜପର୍ବକୁ ଆବାଳ ବୃଦ୍ଧବନିତା ମନଖୋଲି ଉପଭୋଗ କରିଥାନ୍ତି । ସ୍ତ୍ରୀଲୋକ ଓ ଝିଅ ବୋହୂମାନେ ଏହି ସମୟରେ ବିଭିନ୍ନ କାମଧନ୍ଦାରୁ ମୁକ୍ତି ପାଇ ଆନନ୍ଦ ସହକାରେ ସମୟ ଅତିବାହିତ କରିଥାନ୍ତି ।
ଉପସଂହାର :
ଗ୍ରୀଷ୍ମକାଳ ସକଳ ପ୍ରାଣୀଜଗତର ସକଳ ଦୁଃଖର କାରଣ ହୋଇଥାଏ । ତଥାପି ଏହି ଦୁଃଖ ଭିତରେ ପ୍ରାଣୀଜଗତ, ଜୀବଜଗତ ଓ ଉଦ୍ଭିଦ ଜଗତ ବଞ୍ଚିବାର ରାହା ଖୋଜିଥାନ୍ତି । ଗ୍ରୀଷ୍ମ ଋତୁ ବର୍ଷାର ପୃଷ୍ଠଭୂମି । ସେ ଜଳକଣାକୁ ବାଦଲ ଭାବରେ ଗଚ୍ଛିତ କରିବାରେ ସାହାଯ୍ୟ କରିଥାଏ । ତା’ ଫଳରେ ମନୁଷ୍ୟ ପରବର୍ତୀ ସମୟରେ ବର୍ଷାଋତୁର ସାନ୍ନିଧ୍ୟ ଲାଭ କରି ନିଜର ଆତ୍ମତୃପ୍ତି ଲାଭ କରିଥାନ୍ତି । ଏ ଦୃଷ୍ଟିରୁ ବିଚାର କଲେ ନିଦାଘ ଗ୍ରୀଷ୍ମଋତୁ ମନୁଷ୍ୟର ଦୁଃଖ ହେଲେ ହେଁ ତାକୁ ସୁଖର ଆଧାର ବୋଲି କୁହାଯାଇପାରେ । ପରବର୍ତ୍ତୀ ସମୟରେ ରୌଦ୍ରସନ୍ନ୍ୟାସୀର ତପ ଭଙ୍ଗ କରି ବର୍ଷା ପୃଥିବୀରେ ପଦାର୍ପଣ କଲେ ପୃଥ୍ବୀ ହୁଏ ଶାନ୍ତ, କାନ୍ତ ଓ କମନୀୟ । –